କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଏୟାରସେଲ ମାକ୍ସିସ୍ ମାମଲାରେ ରିହାତି ମିଳିଛି । ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଉଭୟଙ୍କୁ ଦିଲ୍ଲୀର ଏକ କୋର୍ଟ ରିହାତି ପ୍ରଦାନ କରିଛନ୍ତି । ଏୟାରସେଲ ମାକ୍ସିସ୍ର 3500 କୋଟି ଚୁକ୍ତିରେ 800 ମିଲିୟନ୍ ଡଲାରର ପୁଞ୍ଜିନିବେଶ ମାମଲାରେ ଗିରଫ କରିବା ପାଇଁ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ରାୟ ପ୍ରକାଶ ପରେ କର୍ତ୍ତୀ ସନ୍ତୋଷ ପ୍ରକାଶ କରିବା ସହିତ ଶେଷରେ ଆମେ କିଛି ମାମଲାରେ ବିଜୟ ହାସଲ କଲୁ ମୋଲି କହିଥିଲେ । ରାଜନୈତିକ ଅଭିସନ୍ଧି ରଖି ଦେଶରେ ପ୍ରଥମ ଥର ପାଇଁ କୌଣସି ମାମଲାକୁ ଏପରି ଟଣା ଯାଉଥିବାର ଅଭିଯୋଗ କରିଛନ୍ତି କର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବରେ ଗଠିତ କମିଟି ଏହି ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ କେବଳ ଅର୍ଥମନ୍ତ୍ରୀଙ୍କୁ ଗିରଫ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତିକ କର୍ତ୍ତୀ ।