ଆଜି ‘ ପଲ୍ ପଲ୍ ଦିଲକେ ପାସ’ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ୨ ମିନିଟ୍ ୧୭ ସେକେଣ୍ଡର ଏହି ଟ୍ରେଲର୍ରେ ଲଦାଖ ଓ ହିମାଚଳ ପ୍ରଦେଶର ସୁନ୍ଦର ଲୋକେଶନ୍ ରହିବା ସହିତ ଆକ୍ସନ ଓ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ବଲିଉଡ୍ର ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁତ୍ର କରନ୍ ଦେଓ୍ବଲ୍ ବଲିଉଡ୍ ଡେବ୍ୟୁ କରିଥିବାବେଳେ ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ନବାଗତା ସାହିର୍ ବାମ୍ବା । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ସୁପରଷ୍ଟାର ସନ୍ନି ଦେଓଲ । ଏହି ରୋମାଣ୍ଟିକ୍ ଡ୍ରାମ ଫିଲ୍ମଟି ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ। ତେବେ ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍ ଶ୍ରୁତିମଧୁର ହେବା ସହିତ ଶ୍ରୋତାଙ୍କୁ ବେଶ୍ ପସନ୍ଦ ଆସିଛି ।