ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନ 5 ଓ୍ବିକେଟ୍ ହରାଇ 271 ରନ୍ ସଂଗ୍ରହ କରିଛି । ଆଫଗାନିସ୍ତାନ ପକ୍ଷରୁ ଏହି ମ୍ୟାଚ୍ରେ ରେହମତ ଶାହା ଶତକ ହାସଲ କରିଛନ୍ତି । ପ୍ରଥମ ଆଫଗାନୀ ଖେଳାଳି ଭାବରେ ଟେଷ୍ଟ ଇତିହାସରେ ନିଜ ନାମ ଲିପିବଦ୍ଧ କରିଥିଲେ ରେହମତ ଶାହ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ରେହମତ ଶାହ 10 ଚୌକା ଏବଂ 2 ଛକ୍କା ସହାୟତାରେ 102 ରନ୍ ସଂଗ୍ରହ କରିଥିବା ବେଳେ ଅସଘର ଆଫଗାନ ଖେଳ ଶେଷ ବେଳକୁ 88 ରନ୍ରେ ବ୍ୟାଟିଂ କରୁଛନ୍ତି । ଆଫଗାନିସ୍ତାନ 77 ରନ୍ରେ 3ଟି ଓ୍ବିକେଟ୍ ହରାଇଥିବା ବେଳେ ଶାହ-ଆଫଗାନ 120 ରନ୍ ଯୋଡିଥିଲେ । ଏହାପରେ ମହମ୍ମଦ ନବୀ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଖେଳ ଶେଷବେଳକୁ ଅଫସର ଜଜାଇ(35) ଏବଂ ଆଫଗାନ(88) ଅବିଭାଜିତ 75 ରନ୍ରେ ବ୍ୟାଟିଂ କରୁଛନ୍ତି । ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଇସଲାମ୍ 73/2 ଏବଂ ମହମ୍ମଦୁଲ୍ଲା 3/1 ର ଫିଗର ହାସଲ କରିଛନ୍ତି ।