ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକର 40 କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଫୋନ ନମ୍ୱରର ଡାଟା ଲିକ ହୋଇଛି । ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତିନି ଦେଶର ୟୁଜର୍ସଙ୍କ ଉପରେ ଏହାର ପ୍ରଭାବ ପଡିଛି । ଫୋନ ନମ୍ୱର ସହ ବ୍ୟବହାରକାରୀଙ୍କ ଏଜେଣ୍ଡା, ଲୋକେସନ ମଧ୍ୟ ଲିକ ହୋଇଛି । ନ୍ୟୁଜ ୱେବସାଇଟ ଟେକ କ୍ରଞ୍ଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମେରିକାରେ 13.3 କୋଟି ବ୍ୟବହାରକାରୀ, ଭିଏତନାମରେ 5 କୋଟି ଏବଂ ବ୍ରିଟେନର 1.8 ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଛି । ସମୁଦାୟ 41.9 କୋଟି ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି ।