ବ୍ରହ୍ମଗିରିରେ ଏକ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରହ୍ମଗିରିର ରେବଣା ନୂଆଗାଁ ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ଘଟିଛି । ଅଢେଇ ମାସର ଶିଶୁର ମୃତ୍ୟୁ ଘଟିବା ପରେ ପରିବାର ଲୋକ ଶିଶୁର ମୃତଦେହକୁ ଧରି ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି । ବୁଧବାର ଦିନ ପୋଲିଓ ଟୀକା ନେବା ପରେ ଶିଶୁଟି ଅସୁସ୍ଥ ହୋଇ ପଡିଥିଲା । ଟୀକାକରଣ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ଧାରଣାରେ ବସିଛନ୍ତି ।