ଆମେରିକୀୟ ଟେନିଗସ୍ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍ ଓପନ୍ କଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ସହିତ ସେରେନା ନିଜ କ୍ୟାରିୟରର ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ବିଶ୍ବ ମାନ୍ୟତାର ୫ ନମ୍ବର ସ୍ଥାନରେ ରହିଥିବା ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରି ୟୁଏସ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମ୍ରେ ଅନୁଷ୍ଠିତ ସେମି ଫାଇନାଲ୍ରେ ସେରେନା ୬-୩, ୬-୧ ସେଟ୍ରେ ଏଲିନାଙ୍କୁ ପରାସ୍ତ କରିଛନ୍ତି। ସେରେନା ନିଜ କ୍ୟାରିୟରର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ବିଗତ 6 ମାସ ମଧ୍ୟରେ ଏହା ତାଙ୍କର ଚତୁର୍ଥ ଗ୍ରାଣ୍ଡସ୍ଲାମ ଫାଇନାଲ୍। ଏହି ବିଜୟ ସହିତ ସେରେନା ୟୁଏସ୍ ଓପନ୍ରେ ନିଜର ୧୦୧ ତମ ବିଜୟ ହାସଲ କରି କ୍ରିସ୍ ଏଭର୍ଟଙ୍କୁ ଅତିକ୍ରମ କରିଛନ୍ତି।