ବାହାମାସ୍ରେ ତାଣ୍ଡବ ମଚାଇଛି ହରିକେନ୍ ଡୋରିଆନ୍। ଏହି ପ୍ରଳୟଙ୍କାରୀ ହରିକେନ୍ରେ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଛି। ଗୁରୁବାର ବିଳମ୍ବିତ ରାତିରେ ବାହାମାସ୍ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍ ଏହି ସୂଚନା ଦେଇଛନ୍ତି। ସେହିପରି ଅନେକ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନଥିବା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ହରିକେନ୍ଟି ଏହି ଦ୍ବୀପ ରାଷ୍ଟ୍ରକୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି। ଏହି ଝଡରେ ସମୁଦାୟ ୧୩ ହଜାର ଘର ଭାଙ୍ଗି ଯାଇଥିବା ବେଳେ ଆବାକୋସ୍ ଏବଂ ଗ୍ରାଣ୍ଡ ବାହାମାର ୪୫ ପ୍ରତିଶତ ଅଞ୍ଚଳ କ୍ଷତିଗ୍ରସ୍ତ କରିଛି।