ଆପ୍ ବିଧାୟିକା ଅଳକା ଲାମ୍ବା ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଟ୍ବିଟ୍ଟର ଜରିଆରେ ଦଳ ଛାଡିବା ସମ୍ପର୍କରେ ଘୋଷଣା କରିଛନ୍ତି ଚାନ୍ଦିନୀଚୌକ୍ ବିଧାୟିକା ଲାମ୍ବା । ଏକ ଟ୍ବିଟ୍ ଜରିଆରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଧନ୍ୟବାଦ ଜଣାଇଛନ୍ତି ଲାମ୍ବା । ବିଗତ 6 ବର୍ଷ ଧରି ଦଳ ସହିତ ଯାତ୍ରା ଏକ ଶିକ୍ଷଣୀୟ ଅନୁଭୂତି ରହିଛି । ରବିବାର ଦିନ ୟୁପିଏ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଳକା ଲାମ୍ବା । ଏହି ବୈଠକ ପରେ ନିଜର ଇସ୍ତଫା ପ୍ରଦାନ କରିଥିବାରୁ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଅଳକା ଲାମ୍ବା କଂଗ୍ରେସ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ଦଳୀୟ ବିଧାୟକଙ୍କ ସହିତ ଲାମ୍ବାଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ ଲାମ୍ବା ।