ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ଏବଂ ଏକଛତ୍ରବାଦୀ ଶତକ ରବର୍ଟ ମୁଗାବେଙ୍କ ପରଲୋକ ହୋଇଛି। ସିଙ୍ଗାପୁରକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଜିମ୍ବାଓ୍ବେର ବର୍ତ୍ତମାନର ରାଷ୍ଟ୍ରପତି ଏମରସନ୍ ମନନଗଗଓ୍ବା ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ୨୧ ଫେବୃୟାରୀ ୧୯୨୪ ରେ ଜିମ୍ବାଓ୍ବେର ରାଜଧାନୀ ହରାରେରେ ଜନ୍ମ ଗ୍ରହଣ କରିଥିଲେ ମୁଗାବେ। ୧୯୬୦ ରେ ରାଜନୀତିରେ ଯୋଗ ଦାନ ପରେ ୧୯୮୦ ରୁ ଜିମ୍ବାଓ୍ବେର ରାଷ୍ଟ୍ରପତି ପଦବୀରେ ରହିଥିଲେ। ବିଗତ କିଛି ବର୍ଷ ଧରି ଅସୁସ୍ଥ ରହିଥିବା ମୁଗାବେ ସର୍ବଦା ଚିକିତ୍ସା ପାଇଁ ସିଙ୍ଗାପୁର ଯାଉଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଜିମ୍ବାଓ୍ବେର ରାଷ୍ଟ୍ରପତି ରହିଥିବା ମୁଗାବେ କ୍ଷମତା ଲୋଭରେ ଜିମ୍ବାଓ୍ବେର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲେ। ନଭେମ୍ବର ୨୦୧୭ ରେ କ୍ଷମତାରୁ ଓହରିଥିଲେ ମୁଗାବେ।