ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଏହି ନିୟମକୁ ବେଶ୍ କଡ଼ାକଡି କରାଯାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛି। ଏହି ସଂଶୋଧିତ ମୋଟର ଯାନ ଆଇନ୍କୁ ନାପସନ୍ଦ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି,“ବାଇକ୍ରେ ଗଲେ ଯେତିକି ଫାଇନ୍ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍ ଦେବାକୁ ପଡ଼ୁଛି। ପୂର୍ବରୁ ଲୋକଙ୍କୁ ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଜଣାଇ ସଚେତନ କରାଇ ଏହି ନିୟମ ଲାଗୁ କରିବା କଥା । ଏହି ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ ବୋଲି କହିଛନ୍ତି ସୁଶାନ୍ତ ସିଂ ।