ବାହାମାସ୍ରେ ତିନିଦିନ ଧରି ତାଣ୍ଡବ ମଚାଇଥିବା ସାମୁଦ୍ରିକ ଝଡ ହରିକେନ୍ରେ ମୃତ୍ୟୁ ସଂଖ୍ୟା ୪୩ ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍ ଏହି ସୂଚନା ପ୍ରଦାନ କରିଛନ୍ତି। ଗୁରୁବାର ଏହି ମୃତ୍ୟୁ ସଂଖ୍ୟା ୩୦ ରହିଥିଲା। ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ଏରିକା ଓ୍ବେଲ୍ସ କକ୍ସଙ୍କ ସୂଚନା ଅନୁଯାୟୀ ସରକାରୀ ତଥ୍ୟ ଅନୁସାରେ ୪୩ ଜଣଙ୍କ ପ୍ରାଣ ହାନି ଘଟିଛି ମାତ୍ର ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଅଛନ୍ତି ତେଣୁ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ। ବାହମାସରୁ ଆମେରିକା ଅଭିମୁକ୍ଷେ ଯାଉଥିବା ଏହି ସାମୁଦ୍ରିକ ଝଡ ଉତ୍ତର କାରୋଲିନା ଆଡକୁ ମୁହାଁଇଛି। ଶନିବାର ସକାଳୁ ଉତ୍ତର କାରୋଲିନାରେ ୧୫୦ କିମି ବେଗରେ ପବନ ବୋହୁଛି। ଏହି ଝଡ ପ୍ରଭାବରେ ସହରରେ ଘର ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି ବୋଲି ଉତ୍ତର କାରୋଲିନା ଗଭର୍ଣ୍ଣର ରେ କୁପର୍ ପ୍ରକାଶ କରିଛନ୍ତି।