ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଭାରତର ଚନ୍ଦ୍ରଯାନ ମିଶନ ଆଂଶିକ ଭାବରେ ବିଫଳ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାରତ ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ଗର୍ବିତ । ଆମର ବୈଜ୍ଞାନିକ ମାନେ ବହୁତ ବଢିଆ କାମ କରି ଇତିହାସ ବକ୍ଷରେ ନିଜର ନାମ ଲିପିବଦ୍ଧ କରିଛନ୍ତି । ଆଜି ଆମେ ଚନ୍ଦ୍ରର କବାଟ ବାଡେଇଛୁ ଏବଂ ଆସନ୍ତା କାଲି ଚନ୍ଦ୍ରରେ ପହଞ୍ଚିବୁ ବୋଲି ଟ୍ବିଟ୍ କରିଛନ୍ତି କେଜ୍ରିଓ୍ବାଲ । ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଥିଲା ।