କାର୍ଯ୍ୟରେ ଅବହେଳା ଅଭିଯୋଗରେ 10 ଜଣ ପଞ୍ଚାୟତ ଅଧିକାରୀଙ୍କୁ ନିଲମ୍ଵନ କରିଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଆଗକୁ ଜିଲ୍ଲାର ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀ କାମରେ ଅବହେଳା କଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି କି, ପଞ୍ଚାୟତିରାଜ ବିଭାଗ ଓ ରାଜସ୍ଵ ବିଭାଗର 30 ଜଣ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା କରିବା ନେଇ ତାଗିଦ୍ କରିଥିଲେ । ବିଭିନ୍ନ ବୈଠକରେ ମଧ୍ୟ ସେମାନଙ୍କର ବେପରୁଆ ମନୋଭାବ ପାଇଁ ଚେତାବନୀ ଦିଆଯାଇଥିଲା । ଏହା ସତ୍ତ୍ଵେ ମଧ୍ୟ 10 ଜଣ ଅଧିକାରୀ ନିଜକୁ ସୁଧାରି ନଥିଲେ। ଯାହା ଫଳରେ ଆଜି ସେମାନଙ୍କୁ ନିଲମ୍ବିତ କରାଯାଇଛି ।