ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଛେଦ ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ଆମିକସ୍ କ୍ୟୁରି। ପୁରୀକୁ ବିଶ୍ୱ ଐତିହ୍ୟରେ ସାମିଲ କରିବା ସହ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିରରୁ ୭୫ମିଟର ଚାରିପାର୍ଶ୍ବ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରି ସରକାରଙ୍କ ନିଷ୍ପତ୍ତି ଠିକ୍ ରହିଛି ବୋଲି ଆମିକସ କ୍ୟୁରୀ କହିଛନ୍ତି। ଆଜି ବୈଠକରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ଆମିକସ୍ କ୍ୟୁରୀ ଆଲୋଚନା କରିଥିଲେ। ଏହା ସହ ସେ କହିଛନ୍ତି ଯେ, ଏହା ଆଲୋଚନା ଓ ସହମତି ଭିତ୍ତିରେ ଉଚ୍ଛେଦ ହେଉଛି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ। ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି କହିବା ସହିତ ପ୍ରଶାସନର ଆଗାମୀ ଯୋଜନାର ବ୍ଲୁପ୍ରିଣ୍ଟ ଦେଖିଛନ୍ତି। ପୁରୀର ବିକାଶ ହେଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହୋଇପାରିବ ବୋଲି ବୈଠକ ପରେ ଆମିକସ କ୍ୟୁରୀ ରଞ୍ଜିତ କୁମାର ପ୍ରତିକ୍ରିୟା ଦେଇଛନ୍ତି।