ବିବାଦରେ ପଡିଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ । ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ । ଜଣେ ଛାତ୍ରୀ ଗୁରୁ ଦିବସ ଅବସରରରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଶାଶ୍ୱତ ଯୋଶୀ ଜଣେ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି । ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ, ଶାଶ୍ୱତ ଯୋଶୀ ନିଜ ଶିଷ୍ୟକୁ କିଣି ନେଲା ଭଳି ବ୍ୟବହାର କରନ୍ତି । ତାଙ୍କ ଡ୍ୟାନ୍ସ ଏକାଡେମୀରେ ଯିଏ ନୃତ୍ୟ ଶିଖନ୍ତି ପୁଅ ହେଉ କିମ୍ବା ଝିଅ ସେ ସମସ୍ତଙ୍କୁ ‘ବଜାରୀ’ କହି ଡାକନ୍ତି ଏବଂ ହାତ ମଧ୍ୟ ଉଠାନ୍ତି । ଏହା ସହ ଛାତ୍ରୀଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶାଶ୍ୱତ ଯୋଶୀ ତାଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବ୍ୟକ୍ତିଗତ ମାମଲାରେ ମଧ୍ୟ ମୁଣ୍ଡ ପୁରାଉଥିଲେ । ତେବେ ଏ ସମ୍ପର୍କରେ ଶାଶ୍ୱତ ଯୋଶୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ଖଲିକୋଟ କଲେଜର ଜଣେ ଛାତ୍ର ଏକ ବର୍ଷ ପୂର୍ବରୁ ମଧ୍ୟ ଶାଶ୍ବତଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।