ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ସାମ୍ନାକୁ ଆସିଛି । 2014ରୁ ଦେଶରେ ଦରଦାମ ବୃଦ୍ଧି ହୋଇନାହିଁ ଏବଂ ମାନ୍ଦାବସ୍ଥା କମିଥିବା ନେଇ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ମାନ୍ଦାବସ୍ଥା ଏବଂ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣରେ ରହିଛି । ଯଦି କେହି ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି ତେବେ ସେମାନେ 2008ରୁ 2016 ମଧ୍ୟରେ ମୁଦ୍ରାସ୍ଫିତିକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି । ସୂଚନାନୁସାରେ, ଦରଦାମ ଦୀର୍ଘଦିନ ଧରି ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଧାରିତ 4 ପ୍ରତିଶତ ଲକ୍ଷ୍ୟ ମଧ୍ୟରେ ରହିଛି । ଖୁଚୁରା ଦରଦାମ ବୃଦ୍ଧି ଜୁଲାଇରେ 3.15 ପ୍ରତିଶତ ଥିଲା ଯାହା 3.18 ପ୍ରତିଶତରୁ କମ ରହିଛି । ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାକୁ ନେଇ ସରକାର କାଠଗଡାରେ ରହିଛନ୍ତି ।