ଶନିବାର ଅନୁଷ୍ଠିତ ୟୁଏସ୍ ଓପନ୍ ମହିଳା ଫାଇନାଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛନ୍ତି ବିଆନ୍ସା ଆଣ୍ଡ୍ରିସ୍ । 24 ତମ ଗ୍ରାଣ୍ଡ ସ୍ଲାମ ମୁକାବିଲା ଲକ୍ଷ୍ୟରେ ଥିବା ସେରେନା ସିଧାସଳଖ ସେଟ୍ରେ ବିଆନ୍ସାଙ୍କ ନିକଟରୁ ପରାସ୍ତ ହୋଇଥିଲେ । 6-3 ଏବଂ 7-5ର ସିଧାସଳଖ ସେଟ୍ରେ ବିଆନ୍ସା ଏହି ମ୍ୟାଚ୍ରେ ବିଜୟୀ ହୋଇଥିଲେ । ଟାଇଟଲ ମୁକାବିଲାରେ ବିଜୟୀ ହୋଇଥିବା ବିଆନ୍ସା ପ୍ରଥମ କାନାଡା ଖେଳାଳି ଭାବରେ ଗ୍ରାଣ୍ଡସ୍ଲାମ ବିଜୟୀ ହେବା ସହିତ ସାରାପୋଭାଙ୍କ ପରେ 2006 ପରଠାରୁ ପ୍ରଥମ ଖେଳାଳି ଭାବରେ 19 ବର୍ଷରେ ୟୁଏସ୍ ଓପନ୍ ବିଜୟୀ ହେବାରେ ସଫଳ ହୋଇଛନ୍ତି । 2018 ଫାଇନାଲ୍ରେ ମଧ୍ୟ ସେରେନା ନାଓମି ଓସାକାଙ୍କ ନିକଟରୁ ପରାଜିତ ହୋଇଥିଲେ । ପ୍ରଥମ ସେଟ୍ଟିକୁ ବିଆନ୍ସା ଅନାୟାସରେ ଜିତି ନେଇଥିବା ବେଳେ ଦ୍ବିତୀୟ ସେଟ୍ରେ ମଧ୍ୟ 4-2ରେ ଆଗୁଆ ରହିଥିଲେ ମାତ୍ର ସେରେନା କ୍ରମାଗତ ତିନିଟି ମ୍ୟାଚ୍ ପଏଣ୍ଟ ଜିତି ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ପରିଶେଷରେ ବିଆନ୍ସା ବିଜୟୀ ହୋଇଥିଲେ । ଏହା ସେରେନାଙ୍କ 33 ତମ ଗ୍ରାଣ୍ଡସ୍ଲାମ ଫାଇନାଲ ମୁକାବିଲା ଥିଲା ।