ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ସ୍ପାଇସ୍ ଜେଟ୍ର ୬୨୩ ବିମାନଟି ଦିନ ୧୧.୧୫ ମିନିଟ୍ ସମୟରେ ଜରୁରୀ ଅବତରଣ କରିଥିଲା । ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡିବାରୁ ବିମାନଟିକୁ ଜରୁରୀ କାଳୀନ ଅନୁମତି ପ୍ରଦାନ କରାଯାଇଥିଲା । ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।