ଦୁଇଦିନ ପୂର୍ବରୁ ବିଫଳ ହୋଇଥିବା ଭାରତର ଚନ୍ଦ୍ର ଅଭିଯାନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ । ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ଉପସ୍ଥିତ ରହିଥିବା ଜଣା ପଡିଛି । ରବିବାର ଏଏନ୍ଆଇକୁ ପ୍ରଦାନ କରିଥିବା ସାକ୍ଷାତକାରରେ ଶିବନ ଏହି ସୂଚନା ପ୍ରଦାନ କରିଛନ୍ତି । ବିକ୍ରମର ଥ୍ରଷ୍ଟର ଖରାପ ହେବା କାରଣରୁ ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହୋଇଥିବା ଜଣାପଡିଛି । ଚନ୍ଦ୍ରର କକ୍ଷପଥରେ ଘୁରୁଥିବା ଅର୍ବିଟର ବିକ୍ରମର ଫଟୋ ଉତ୍ତୋଳନ କରିଥିବା ନେଇ ଶିବନ ସୂଚନା ଦେଇଛନ୍ତି ।