ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ତିନି ଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ 24 ଘଣ୍ଟା ଧରି ନିଖୋଜ ରହିଥିବା ଏହି ତିନି ଯୁବକଙ୍କୁ ମେରାଇନ୍ ଥାନା ଅନ୍ତର୍ଗତ ଡୁଗୁଲାଗଡି ଆନନ୍ଦପୁର ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମାଛ ଧରାଳି ତିନି ଜଣଙ୍କୁ ଉଦ୍ଧାର କରି ରେମୁଣା ପୋଲିସ୍କୁ ହସ୍ତାନ୍ତର କରିଛନ୍ତି । ନିଖୋଜ ହୋଇଥିବା ତିନି ଛାତ୍ରକାଠ ସଙ୍ଗଡା ଗ୍ରାମର ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢନ୍ତି ବୋଲି ଜଣାପଡିଛି । ଗତକାଲି ସ୍କୁଲ ଯାଇଥିବା ଏହି ତିନି ବାଳକ ଘରକୁ ଫେରିନଥିଲେ ।