ବିସିସିଆଇ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି ବରିଷ୍ଠ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ। କାରିବିଆନ୍ ପ୍ରିମିୟର୍ ଲିଗ୍ରେ ଟ୍ରିମ୍ବାଗୋ ନାଇଟ୍ ରାଇଡର୍ସର ଜର୍ସି ପିନ୍ଧି ଏହାର ଡ୍ରେସିଂ ରୁମ୍ରେ ରହିଥିବା କାରଣରୁ ବିସିସିଆଇ ପକ୍ଷରୁ ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ଉତ୍ତରରେ କାର୍ତ୍ତିକ ବିସିସିଆଇ ନିକଟରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। କେକେଆରର କୋଚ୍ ବ୍ରେଣ୍ଡନ ମ୍ୟକକୁଲମ୍ଙ୍କ ଅନୁରୋଧରେ ଏହି ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ଦଳକୁ ଉତ୍ସାହିତ କରିବା ପାଇଁ ଜର୍ସି ପିନ୍ଧିଥିଲି ବୋଲି କାର୍ତ୍ତିକ ଉତ୍ତର ରଖିଛନ୍ତି। ଏହା ସହିତ ଅନ୍ୟ କୌଣସି ଭାବରେ ଟ୍ରିମ୍ବାଗୋ ନାଇଟ ରାଇଡର୍ସ ସହିତ ଜଡିତ ନୁହନ୍ତି ବୋଲି କାର୍ତ୍ତିକ କହିଛନ୍ତି।