ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ନିୟମିତ ଭାବରେ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ଜଣ ରୋଡ ରୋମିଓ ଛେଚା ଖାଇଛନ୍ତି । ଦୁଇ ଜଣ ଯୁବକ ଝିଅଙ୍କ ପିଛା କରି କମେଣ୍ଟ ମାରୁଥିବା ବେଳେ ଧରାପଡି ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ସ୍ଥାନୀୟ ଜିଜିପି କଲୋନୀର କିଛି ଲୋକ ଯୁବକ ଦ୍ବୟଙ୍କୁ ଧରିବା ପରେ ସମ୍ପୃକ୍ତ ଯୁବତୀ ମାଡ ମାରିଥିବା ଜଣାପଡିଛି । ରସୁଲଗଡର ଜିଜିପି କଲୋନୀରେ ଏହି ଘଟଣା ଘଟିଥିବା ବେଳେ ଦୁଇ ରୋଡ୍ ରୋମିଓଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡିଛି ।