ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ରବିବାର ରାତିରେ ବିଦେଶ ଗସ୍ତ କରିଥିବା କୋବିନ୍ଦ ଏହି ସମୟରେ ତିନିଟି ରାଷ୍ଟ୍ର ଭ୍ରମଣ କରିବେ ବୋଲି ଜଣାପଡିଛି । ଏହି ସମୟରେ କୋବିନ୍ଦ ଆଇସ୍ଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତରେ ଯିବେ ବୋଲି ଜଣାପଡିଛି । ଉକ୍ତ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ରାଷ୍ଟ୍ରପତି କୋବିନ୍ଦ ସେପ୍ଟମ୍ବର 9-11 ପର୍ଯ୍ୟନ୍ତ ଆଇସଲ୍ୟାଣ୍ଡ, 11-15 ପର୍ଯ୍ୟନ୍ତ ସ୍ବିଜରଲ୍ୟାଣ୍ଡ ଏବଂ ସେପ୍ଟେମ୍ବର 15ରେ ସ୍ବିଜରଲ୍ୟାଣ୍ଡ ଗସ୍ତ କରିବେ । ଏହି ଗସ୍ତ ସମାପ୍ତ ହେବା ପରେ ସେପ୍ଟେମ୍ବର 17 ତାରିଖରେ ରାଷ୍ଟ୍ରପତି ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ୍ କୁମାର ସୂଚନା ଦେଇଛନ୍ତି ।