ଆଜି ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ୫୨ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଉପହାର ସ୍ବରୂପ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ର ଟିଜର୍ ଭିଡିଓ ରିଲିଜ୍ କରିଛନ୍ତି । ଏହି ଅବସରରେ ଭିଡିଓ ସେୟାର କରି ଅକ୍କି ଲେଖିଛନ୍ତି ଯେ, ‘ ତାଙ୍କ ଜନ୍ମଦିବସ ଅବସରରେ ଏହା ତାଙ୍କର ପ୍ରଥମ ଐତିହାସିକ ଚଳଚ୍ଚିତ୍ର ଅଭିନୟର ସୁଯୋଗ ପାଇଁ ସେ ବହୁତ ଖୁସି ଅଛନ୍ତି । ଏହି ବିଗ୍ ବଜେଟ୍ର ଫିଲ୍ମଟି ୟଶ୍ରାଜ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଏହି ଫିଲ୍ମଟି ଆସନ୍ତା ବର୍ଷ ଦିଓ୍ବାଲି ଅବସରରେ ମୁକ୍ତିଲାଭ କରିବ । ରିଲିଜ୍ ହୋଇଥିବା ଟିଜରରେ ଭିଡିଓରେ ଦମ୍ଦାର୍ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍, ଚଳଚ୍ଚିତ୍ରର ଲୋଗୋ ଓ ଯୁଦ୍ଧ ଭୂମିରେ ପୃଥ୍ୱୀରାଜ ଚୌହାନଙ୍କ ସହ ଠିଆ ହୋଇଥିବା ହଜାର ହଜାର ସୈନ୍ୟମାନଙ୍କୁ ଦେଖିବାକୁ ମିଳିଛି। ଏହି ଟିଜର ଭିଡିଓ ଶେୟାର ହେବାର କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲାଇକ୍ ଓ ରିଟ୍ୱିଟ୍ ମିଳିଛି।