ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବଲିଉଡ୍ ଏଣ୍ଟ୍ରି କରୁଛନ୍ତି । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ’ ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟର ସହ ଫିଲ୍ମର ରିଲିଜ୍ ଓ ଟ୍ରେଲର ରିଲିଜ୍ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ। ପ୍ରିୟଙ୍କା ହଲିଉଡ୍ରେ କ୍ୟାରିଅର ଆରମ୍ଭ କରିବା ପରଠାରୁ ବଲିଉଡ୍ରେ ସେ ଆଉ ଆସିନଥିଲେ । ସଲମାନ୍ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇସାରିବା ପରେ ସେ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବଲିଉଡ୍ ଏଣ୍ଟ୍ରି କରୁଛନ୍ତି । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ’ ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟର ସହ ଫିଲ୍ମର ରିଲିଜ୍ ଓ ଟ୍ରେଲର ରିଲିଜ୍ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ। ପ୍ରିୟଙ୍କା ହଲିଉଡ୍ରେ କ୍ୟାରିଅର ଆରମ୍ଭ କରିବା ପରଠାରୁ ବଲିଉଡ୍ରେ ସେ ଆଉ ଆସିନଥିଲେ । ସଲମାନ୍ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇସାରିବା ପରେ ସେ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ‘ସ୍କାଏ ଇଜ୍ ପିଙ୍କ୍’ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୋଲାନୀ ବୋଷ୍ । ଏହି ଫିଲ୍ମଟି ସେପ୍ଟେମ୍ବର ୧୩ ତାରିଖରେ ଟର୍ଣ୍ଣାେଟ ଫିଲ୍ମୋତ୍ସବରେ ପ୍ରଦର୍ଶିତ ହେବ ।