‘ସୁପର ୩୦’ ଓ ‘ବାଟଲା ହାଉସ୍’ ପର ଫିଲ୍ମରେ ନିଜର କମାଲ୍ ଦେଖାଇ ସାରିଥିବା ଅଭିନେତ୍ରୀ ମୃଣାଲ୍ ଠାକୁର୍ ବର୍ତ୍ତମାନ କମେଡ଼ି ଫିଲ୍ମରେ ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବେ । ମୃଣାଲ ଏହି କମେଡି ଫିଲ୍ମ ନେଇ ବେଶ୍ ଉତ୍ସାହିତ ରହିଥିବା କହିଛନ୍ତି। ଏଥିରେ ତାଙ୍କ ସହ ରହିଛନ୍ତି ବରିଷ୍ଠ ସିନେ କଳାକାର ପରେଶ ରାଓ୍ବଲ, ଅଭିମନ୍ୟୁ ଦଶାନି, ଆର୍ଶାଦ ଓ୍ବାର୍ସି ପ୍ରମୁଖ। ଫ୍ୟାମିଲି ଏଣ୍ଟରଟେନ୍ମେଣ୍ଟରେ ଭରି ରହିଛି ଏହି ଫିଲ୍ମ। ସୀମା ପହଓ୍ବା, ଦିବ୍ୟା ଭଟ୍ଟ ପ୍ରମୁଖ ମଧ୍ୟ ଏଥିରେ ଅଛନ୍ତି। ‘ଫିଲ୍ମଟି ଭାରତ ବାହାରେ ନ୍ୟୁଜିଲାଣ୍ଡ ଓ ପରେ ପଞ୍ଜାବରେ ସୁଟିଂ ଶେଷହେବ ବୋଲି ଜଣାପଡିଛି ।