କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି ଉର୍ମିଳା ମାତୋଣ୍ଡକର । ବଲିଉଡ୍ ଅଭିନେତ୍ରୀ ଉର୍ମିଳା ବିଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଉର୍ମିଳା ନିଜର ଇସ୍ତଫା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମୁମ୍ବାଇ କଂଗ୍ରେସର କର୍ମକର୍ତ୍ତା ପରିବର୍ତ୍ତନ ଆଣିବା ପାଇଁ ଆଗ୍ରହୀ ନୁହନ୍ତି । ଏନେଇ ପୂର୍ବରୁ କଂଗ୍ରେସର ସଭାପତି ରହିଥିବା ମିଲିନ୍ଦ ଦେଓରାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିପାଇଁ କଂଗ୍ରେସ ଛାଡିବା ନେଇ ଘୋଷଣା କରିଛନ୍ତି ଉର୍ମିଳା । ବିଗତ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇରୁ ପ୍ରତିଦ୍ବନ୍ଦିତା କରିଥିଲେ ଉର୍ମିଳା । ବିଜେପିର ଗୋପାଲ ଶେଟ୍ଟୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ଉର୍ମିଳା ।