ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସିଟ୍ ଆବଣ୍ଟନକୁ ନେଇ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଦୁଇ ଦଳର ଖରାପ ପ୍ରଦର୍ଶନ ପରେ ମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଥିଲା ମାତ୍ର ଏହି ବୈଠକ ପରେ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଆସନ୍ତା କିଛି ଦିନର ଆଲୋଚନା ପରେ କେଉଁ ଦଳ କେଉଁ ଆସନରୁ ପ୍ରତିଦ୍ବନ୍ଦିତା କରିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।