୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି । ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି । ମିଳିତ ଜାତିସଂଘର ଏକ ମାନବାଧିକାର ବୈଠକରେ କ୍ୟୁରେଶୀ ଏହି ମତ ଦେଇଛନ୍ତି । ଏହା ସହିତ ଜମ୍ମୁ କାଶ୍ମୀରରେ ଭାରତ ସରକାର ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । ସେ କହିଥିଲେ “ଭାରତ ସରକାର ମିଥ୍ୟା ପ୍ରଚାର କରି ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଜମ୍ମୁ-କଶ୍ମୀରରେ ସ୍ଥିତି ଆଦୌ ସ୍ୱାଭାବିକ ହୋଇନାହିଁ ।ଏଠାରେ କଟକଣା ଲାଗୁ କରାଯାଇ ଲୋକଙ୍କ ମାନବାଧିକାରର ଉଲ୍ଲଙ୍ଘନ କରାଯାଉଛି । ଭାରତ ସରକାର କଶ୍ମୀରକୁ ନେଇ ମିଛ କହୁଛନ୍ତି । ସେଠାରୁ କର୍ଫ୍ୟୁ ହଟିଲେ ସମଗ୍ର ବିଶ୍ବ ମାମଲାର ସତ୍ୟତା ଜାଣି ପାରିବ ବୋଲି କ୍ୟରେଶୀ କହିଛନ୍ତି ।