ଝାରସୁଗୁଡା ବିମାନ ବନ୍ଦର ସହିତ ଦୁଇ ନୂତନ ସହର ଯୋଡି ହୋଇଯାଇଛି। ବୁଧବାର ପ୍ରକାଶିତ ସୂଚନା ଅନୁଯାୟୀ ଏହି ତାଲିକାରେ ବେଙ୍ଗାଲୁରୁ ଏବଂ କୋଲକାତା ଯୋଡି ହୋଇଯାଇଛି। ଏଣିକି ଏହି ଦୁଇ ସହରକୁ ବିମାନ ସେବା ଆରମ୍ଭ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ବ୍ୟତିତ ଝାରସୁଗୁଡାରରୁ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀଓ ହାଇଦ୍ରାବାଦ ସମେତ 5ଟି ସହରକୁ ବିମାନ ସେବା ଆରମ୍ଭ କରାଯାଇଥିଲା।