ଜମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଆତଙ୍କୀ ଜଣକ ଲସ୍କର ଏ ତୋଏବା ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି । ଗତ ସପ୍ତାହରେ ସୋପୋରରେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଏହି ଆତଙ୍କୀ ଜଣକ ଉକ୍ତ ଆକ୍ରମଣରେ ସମ୍ପୃକ୍ତ ବୋଲି ପୁଲିସ୍ କମିଶନର ସୂଚନା ଦେଇଛନ୍ତି । ମୃତ ଆତଙ୍କୀକୁ ଆସିଫ୍ ବୋଲି ଚିହ୍ନଟ କରାଯାଇଛି ଏବଂ ସେ ସୋପୋରରେ ଲସ୍କର ଏ ତୋଏବାର ସଦସ୍ୟ ଥିଲା ବୋଲି ଜମ୍ମୁ କାଶ୍ମୀର ପୋଲିସ୍ ମୁଖ୍ୟ ଦିଲବାଗ ସିଂ କହିଛନ୍ତି । ଆସିଫ୍ ଫଳ ବ୍ୟବସାୟୀଙ୍କୁ ଆକ୍ରମଣ ବ୍ୟତିତ କିଛି ଶ୍ରମିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।