ଭୁବନେଶ୍ବର ସ୍ଥିତ ଆର୍ଟିଓ ପରିଦର୍ଶନ କରିଛନ୍ତି ପରିବହନ ସଚିବ ଜି ଶ୍ରୀନିବାସ । ପରିବହନ କାର୍ଯ୍ୟାଳୟକୁ ଅଚାନକ ଭ୍ରମଣ କରିବା ସହିତ କାର୍ଯ୍ୟର ତନଖି କରିଥିଲେ । ଲୋକମାନେ କିଭଳି ଶୀଘ୍ର ନିଜର କାମ କରିପାରିବେ ସେହି ବ୍ୟବସ୍ଥାର ତଦାରଖ କରିବା ପାଇଁ ପରିବହନ ସଚିବ ଆର୍ଟିଓ ଭ୍ରମଣ କରିଥିଲେ । ଆର୍ଟିଓରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ କାଉଣ୍ଟର ଖୋଲାଯାଇଥିଲେ ମଧ୍ୟ ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି ବୋଲି ପରିବହନ ସଚିବ କହିଛନ୍ତି । ଏହା ସହିତ ଜରିମାନା ହ୍ରାସ କରାଯିବା ଉପରେ ବିଚାର କରାଯାଉଛି ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି ।