Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିସଂଘ ତରଫରୁ ପାକିସ୍ତାନକୁ ଝଟ୍‌କା : ମଧ୍ୟସ୍ଥତା କରିବାକୁ ମନା କଲେ ଜାତିସଂଘ
ଆଜିର ଖବର

ଜାତିସଂଘ ତରଫରୁ ପାକିସ୍ତାନକୁ ଝଟ୍‌କା : ମଧ୍ୟସ୍ଥତା କରିବାକୁ ମନା କଲେ ଜାତିସଂଘ

September 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘର ଝଟ୍‌କା । କାଶ୍ମୀର ଏକ ଦ୍ବିପାକ୍ଷିକ ସମ୍ପର୍କ ବୋଲି କହିବା ସହିତ  ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି ଜାତିସଂଘ । ଗତକାଲି ଜାତିସଂଘର ମାନବାଧିକାର ବୈଠକରେ ଭାରତ ମଧ୍ୟ କାଶ୍ମୀରକୁ ଏକ ଦ୍ବିପାକ୍ଷିକ ବୋଲି ଦର୍ଶାଇବା ସହିତ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା ଲୋଡା ନାହିଁ ବୋଲି କହିଥିଲା ।  ପାକିସ୍ତାନ କିଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି, ସେ ସମ୍ପର୍କରେ ଜାତିସଂଘକୁ ଭାରତ ଅବଗତ କରାଇଥିଲା । ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ବିଶ୍ବ ସମୁଦାୟ ଆଗରେ ନିନ୍ଦିତ ହୋଇସାରିଛି । ପୂର୍ବରୁ ଏହି ପ୍ରସଙ୍ଗକୁ ଆମେରିକା ସମେତ ଚୀନ୍‌, ରୁଷ୍‌ ସମେତ ଅନ୍ୟାନ୍ୟା ରାଷ୍ଟ୍ର ସମୂହ ମଧ୍ୟ ଏହାକୁ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିବା ସହିତ ଭାରତକୁ ସମର୍ଥନ କରିଛନ୍ତି । ଗତକାଲି ଜାତିସଂଘରେ ପାକିସ୍ତାନ ମଧ୍ୟ କାଶ୍ମୀର ଭାରତର ଏକ ଅଂଶ ବୋଲି ସ୍ବୀକାର କରିଥିଲା । ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କାଶ୍ମୀରର ଭାରତର ଏକ ରାଜ୍ୟ ବୋଲି କହିଥିଲେ ।  ମିଳିତ ଜାତିସଂଘର ୪୨ତମ ମାନବାଧିକାର ବୈଠକରେ କ୍ୟୁରେଶୀ ଏହି ମତ ଦେଇଥିଲେ । ଏହି ବୈଠକରେ ଭାରତକୁ ଘେରିବା ପାଇଁ ପାକିସ୍ତାନ ଜମ୍ମୁ-କଶ୍ମୀର ଗୋଟି ଚାଳନା କରିଥିଲା ।

ଜମ୍ମୁ-କଶ୍ମୀରରେ ଭାରତ ସରକାର କଟକଣା ଜାରି କରି ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ମଧ୍ୟ ପାକିସ୍ତାନ କହିବା ସହିତ  ଏହି ପ୍ରସଙ୍ଗରେ ଜାତିସଂଘ ମାନବାଧିକାର ପରିଷଦ ତୁରନ୍ତ ଭାରତ ସରକାରଙ୍କୁ ଜମ୍ମୁ-କଶ୍ମୀରରୁ କଟକଣା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କୁରେଶୀ କହିଥିଲେ । ଏଥିସହ ଜମ୍ମୂ-କଶ୍ମୀର ସମ୍ପର୍କରେ ୧୧୫ ପୃଷ୍ଠାର ଏକ ଦସ୍ତାବିଜ୍  ପାକିସ୍ତାନ ପକ୍ଷରୁ ଜାତିସଂଘ ମାନବାଧିକାର ପରିଷଦକୁ ଦିଆଯାଇଥିଲା।ଏହା ସହିତ ଜମ୍ମୁ କାଶ୍ମୀରରେ ଭାରତ ସରକାର ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ମଧ୍ୟ କହିଥିଲେ । ସେ କହିଥିଲେ “ଭାରତ ସରକାର ମିଥ୍ୟା ପ୍ରଚାର କରି ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଜମ୍ମୁ-କଶ୍ମୀରରେ ସ୍ଥିତି ଆଦୌ ସ୍ୱାଭାବିକ ହୋଇନାହିଁ ।ଏଠାରେ କଟକଣା ଲାଗୁ କରାଯାଇ ଲୋକଙ୍କ ମାନବାଧିକାରର ଉଲ୍ଲଙ୍ଘନ କରାଯାଉଛି । ଭାରତ ସରକାର କଶ୍ମୀରକୁ ନେଇ ମିଛ କହୁଛନ୍ତି । ସେଠାରୁ କର୍ଫ୍ୟୁ ହଟିଲେ ସମଗ୍ର ବିଶ୍ବ ମାମଲାର ସତ୍ୟତା ଜାଣି ପାରିବ ବୋଲି କ୍ୟରେସି କହିବା ସହିତ ଏହି ପ୍ରସଙ୍ଗରେ ଜାତିସଂଘର ମଧ୍ୟସ୍ଥତା ପାଇଁ ଅପିଲ୍‌ କରିଥିଲେ । କିନ୍ତୁ ଆଜି ଉଭୟ ରାଷ୍ଟ୍ରଙ୍କ ତଥ୍ୟକୁ ନେଇ କାଶ୍ମୀର ପ୍ରସଙ୍ଗ ଦ୍ବିପାକ୍ଷିକ ବୋଲି କହିବା ସହିତ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ନାହିଁ ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.