ପୁଣିଥରେ ଚିକିତ୍ସା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏହା ପୁଣି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘଟିଛି । ମିଳିଥିବା ଖବର ଅନୁସାରେ ଝାରସୁଗୁଡା ଜିଲ୍ଲାର କାଲିମାଲ ଗାଁର ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ସଂପକୀୟମାନେ ଡାକ୍ତରଖାନାକୁ ଆଣିଥିଲେ। ତେବେ ଯୁବକକୁ ତୁରନ୍ତ ଚିକିତ୍ସା ସୁବିଧା ମିଳିନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାସହ ସମ୍ପକୀୟମାନେ ହସ୍ପିଟାଲ ନର୍ସଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣିଛନ୍ତି । ମୃତ୍ୟୁ ହେବା ପରେ ଦୋଷ ଲୁଚାଇବାକୁ ଯାଇ ଯୁବକ ଜଣ ଚିକିତ୍ସା କରାଯାଉଥିବା ଅଭିଯୋଗ କରିଛନ୍ତି । ମରଗିଲା ପରେ ଯୁବକଙ୍କୁ ସାଲାଇନ, ଇଞ୍ଜେକନ୍ସ ଦିଆଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସାଲାଇନ, ଇଞ୍ଜେକ୍ସନ ଦେବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହା ଉପରେ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ ମୃତ ଘୋଷଣା ହୋଇନଥିବାରୁ ସାଲାଇନ ଲଗାଯାଇଥିଲା । ଡାକ୍ତର ମୃତ ଘୋଷଣା କରିନଥିଲେ, ଏଥିରେ ନର୍ସଙ୍କ କିଛି ଦୋଷ ନଥିବା ଡାକ୍ତର କହିଛନ୍ତି ।