ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଏହି ରେଡ୍ କରାଯାଇଛି । ବଲାଙ୍ଗୀରର ପ୍ୟାଲେସ୍ ଲାଇନ୍ର ଦଶମତି ନଗରରେ ରହିଥିବା ମହାପାତ୍ରଙ୍କ ଘରେ ଚଢାଉ କରାଯାଇଥିଲା । ଘର ଓ ଅଫିସ୍ ସମେତ ଅନ୍ୟାନ୍ୟ 4ଟି ସ୍ଥାନରେ ଚଢାଉ କରାଯାଇଥିଲା ।