ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ମାମଲାରେ 7 ଦିନ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଇଏନ୍ଏକ୍ସ ମିଡିଆ ମାମଲାରେ ତିହାର ଜେଲ୍ରେ ରହିଥିବର ଚିଦାମ୍ବରମ୍ ବୁଧବାର ଦିନ ଜାମିନ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଆସନ୍ତା ଏକ ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଅର୍ଥ ହେରଫେର ମାମଲାର ଚିଦାମ୍ବରମଙ୍କୁ ପଚରା ଉଚୁରା ପାଇଁ ଅନୁମତି ମଗାଯାଇଛି ।