ବକ୍ସିଂ ତାରକା ଏମ୍ ସି ମରିକମ୍ଙ୍କୁ ପଦ୍ମ ବିଭୂଷଣ ଏବଂ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପାଇଁ ସୁପାରିଶ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏହି ସୁପାରିଶ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତିତ ଅନ୍ୟ 7 ଜଣ ଖେଳାଳିଙ୍କୁ ମଧ୍ୟ ପଦ୍ମ ପୁରସ୍କାର ପାଇଁ ମଧ୍ୟ ତାଲିକା ଦିଆଯାଇଛି। ସେହିପରି ପଦ୍ମଶ୍ରୀ ସମ୍ମାନ ପାଇଁ ବିନେଶ ଫୋଗତ(କୁସ୍ତି), ହରମନପ୍ରୀତ୍ କୌର୍ (କ୍ରିକେଟ୍), ରାଣୀ ରାମ୍ପାଲ୍ (ହକି), ସୁମା ଶିରୁର (ସୁଟିଂ), ମାଣିକା ବାତ୍ରା (ଟେବୁଲ ଟେନିସ), ତାସି ମଲିକ୍ ଓ ନୁଙ୍ଗସି ମଲିକ୍ (ପର୍ବତାରୋହଣ) ନାମ ଦିଆଯାଇଛି। ପ୍ରଥମ ଥର ପାଇଁ କ୍ରୀଡା କ୍ଷେତ୍ରରେ ଜଣେ ମହିଳା ପଦ୍ମ ବିଭୂଷଣ ପୁରସ୍କାର ପାଇଁ ସୁପାରିଶ କରିଥିବା ଜଣାପଡିଛି । ପୂର୍ବରୁ ତିନି ଜଣ କ୍ରୀଡାବିତ୍ ବିଶ୍ବନାଥନ୍ ଆନନ୍ଦ(2007), ସଚିନ୍ ତେନ୍ଦୁଲକର (2008) ଏବଂ ସାର ଏଡମଣ୍ଡ ହିଲାରୀ(2008)ରେ ଏହି ପୁରସ୍କାର ହାସଲ କରିଛନ୍ତି।