ସମୀକ୍ଷା ବ୍ୟୁରୋ
ନବରାତ୍ରି ଏବଂ ଦୁର୍ଗାପୂଜାର ପାର୍ବଣ ସମୟରେ ଆପଣଙ୍କ ଜୀବନରେ ଆଉ ଟିକିଏ ରଙ୍ଗ ଭରି ଦେବା ପାଇଁ ଓଟିଡିସି ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ତିନି ଦିନ ଧରି ‘ଦାଣ୍ଡିଆ ନାଚ’ ର ଅୟୋଜୋନ କରୁଛି। ଏହି ଉତ୍ସବରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ ଏକ ସଙ୍ଗରେ ଏହି ପର୍ବକୁ ପାଳନ କରିବାକୁ ଏକ ମାଧ୍ୟମ ପ୍ରଦାନ କରିବ। ନବରାତ୍ରିର ମହତ୍ବପୂର୍ଣ୍ଣ ଦିବସ ଯେପରିକି ଅକ୍ଟୋବର ୫ ମହାସପ୍ତମୀ , ଅକ୍ଟୋବର ୬ ମହାଅଷ୍ଟମୀ ଏବଂ ଅକ୍ଟୋବର ୭ ମହାନବମୀକୁ ଉଭୟ ଆଗନ୍ତୁକ ଏବଂ ସ୍ଥାନୀୟ ଲୋକେ ପାନ୍ଥନିବାସ ଭୁବନେଶ୍ବରରେ ସନ୍ଧ୍ୟା ୬.୩୦ ଘଟିକାରୁ ୧୧ଟା ଯାଏଁ ବିଭିନ୍ନ ଡ୍ୟାନ୍ସ ଗୃପ, ଗୀତିକାର, ଲୋକପ୍ରିୟ ଆଙ୍କର, ମାନଙ୍କ ଗହଣରେ ମଜା ଉଠାଇ ପାରିବେ। ଉକ୍ତ ସନ୍ଧ୍ୟା ଗୁଡିକରେ ମନୋରଞ୍ଜନ ସାଙ୍ଗକୁ ଉତ୍ତମ ରାତ୍ରଭୋଜନର ବ୍ୟବସ୍ଥା ରହିଛି। ଜଣକ ପିଛା ୬୯୯ ଟଙ୍କା ଏବଂ ଦୁଇ ଜଣଙ୍କ ପାଇଁ ୧୨୯୯ ଟଙ୍କା ଦେଇ ସୁସ୍ଵାଦୁ ବ୍ୟଞ୍ଜନକୁ ଉପଭୋଗ କରି ପାରିବେ। ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ଲକି ଡ୍ର ମାଧ୍ୟମରେ ନାମ ଘୋଷଣା କରି ବିଜେତାଙ୍କୁ ସରପ୍ରାଇଜ ଗିଫ୍ଟ ଦେବାର ବ୍ୟବସ୍ଥା ଅଛି।
ଆସନ୍ତୁ ପାନ୍ଥନିବାସ ଭୁବନେଶ୍ବରଠାରେ ଦାଣ୍ଡିଆ ପାଳନ କରିବା ଓ ଓଟିଡିସି ପରିବାର ସହ ଏଡି ଉତ୍ସବରେ ଯୋଗ ଦେଇ ଏହି ଉତ୍ସବକୁ ଆହୁରି ରଙ୍ଗାୟିତ କରିବା।
ଦାଣ୍ଡିଆ ପାଇଁ ଅନ୍ଲାଇନ ଟିକେଟ ବୁକିଂ www.panthanivas.com ଏବଂ ଅଫ୍ ଲାଇନ୍ରେ, ମ୍ୟାନେଜର୍ ପାନ୍ଥନିବାସ, ଭୁବନେଶ୍ବର, ଫୋନ – ୦୬୭୪-୨୪୩୨୫୧୫/୨୪୩୨୩୧୪, ମୋ – ୯୯୩୭୫୬୨୧୮୧ ଏବଂ ମାର୍କେଟିଂ ଡିଭିଜନ୍ ଓଟିଡିସି, ଫୋନ – ୦୬୭୪-୨୪୩୫୬୭୧୮/୨୪୩୦୭୬୪.