ମାଲକାନ୍ଗିରି ଜିଲ୍ଲା ଅଞ୍ଚଳରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ୍ୟ । ସ୍ଥାନୀୟ ହାଇଟେକ୍ କଲୋନୀର ଜଣେ ବ୍ୟକ୍ତି ଏହି ଅଣ୍ଡା କିଣିଥିବାର ସୂଚନା ମିଳିଛି । ତେବେ ଏ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ହୋଇନି । ମାଲ୍କାନଗିରିରେ ଏହି ଅଣ୍ଡା ମିଳୁଥିବା ନେଇ ଚର୍ଚ୍ଚା ଏବେ ବେଶ୍ ଜୋର୍ରେ । ମିଳୁଥିବା ଏଇ ଅଣ୍ଡାଟି ଚେପ୍ଟା ହୋଇଯଉଛି, ଆସ୍ତରଣ ଦେଖାଯାଉଛି । ଅଣ୍ଡାର କେଶରକୁ ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି ।