କଂଗ୍ରେସ ପକ୍ଷରୁ ଅର୍ଥନୈତିକ ମାନ୍ଦାବସ୍ଥା ବିରୋଧରେ ପ୍ରତିବାଦର ଘୋଷଣା କରାଯାଇଛି । ଗୁରୁବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ କରାଯିବ । ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସର ସମସ୍ତ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ଏହା ସହିତ ଗାନ୍ଧୀଜୀଙ୍କ 150 ତମ ଜନ୍ମ ଦିବସ ଅବସରରେ ଆସନ୍ତା ଅକ୍ଟୋବର2ରୁ 9 ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ପଦଯାତ୍ରାର ନିଷ୍ପତ୍ତି ନିଆଯାଇଛି । ବିଜେପି ପକ୍ଷରୁ ମିଥ୍ୟା ଅର୍ଥନୈତିକ ଅଭିବୃଦ୍ଧି ବିରୋଧରେ ପ୍ରତିବାଦର ଏହା ପ୍ରକୃଷ୍ଟ ସମୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।