Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ
ଆଜିର ଖବର

ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ

September 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅପହରଣ କରିବା ସହ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପୀଡ଼ିତ ଜଣକ ହେଉଛନ୍ତି  ନିମାଇମଲ୍ଲ ନିବାସୀ ଜଗା ବେହେରାଙ୍କ ପୁତ୍ର ରାକେଶ ବେହେରା । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବେ ବାଲୁଗାଁ ରେଲ୍‌ଓ୍ବେ ଷ୍ଟେସନ୍‌ ନିକଟସ୍ଥ ଏକ ଗ୍ରାମର କିଛି ଯୁବକ ନିମାଇମଲ୍ଲଠାରେଥିବା ଚଣ୍ଡୀମନ୍ଦିରରେ ବଣଭୋଜି କରିବାକୁ ଯାଇଥିଲେ । ସେଠାରେ ବଣଭୋଜି କରିବା ସମୟରେ କିଛି କଥାକୁ ନେଇ ସ୍ଥାନୀୟ ଯୁବକ ରାକେଶ ବେହେରାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ କିଛି ଦିନ ପରେ ଗତକାଲି ସେଠାରେ ସେହି ଯୁବକମାନେ ପୁନର୍ବାର ଭୋଜି କରିବାକୁ ଯାଇ ସେଠାରେ ଥିବା ପୂଜକ ଜାନିଙ୍କୁ ହଣ୍ଡା ହାଣ୍ଡି ମାଗିଥିଲେ । ସେ ବାରଣ କରିବାରୁ ତାଙ୍କୁ ମାରଧର କରିଥିଲେ । ପରେ ଉକ୍ତ ଯୁବକମାନେ ନିଜ ଗ୍ରାମକୁ ଫେରି ଆସିଥିଲେ ।

ପୂର୍ବରୁ ତାଙ୍କ ସହ ଯୁକ୍ତି ତର୍କ କରିଥିବା ରାକେଶ ବେହେରାଙ୍କ ଉପରେ ରାଗ ରଖି ତାଙ୍କୁ ତାଙ୍କ ଅଫିସ୍‌ରୁ ଅପହରଣ କରିନେବା ସହିତ ଛୁରୀରେ ଆକ୍ରମଣ କରି ବନ୍ଦୀ କରି ରଖିଥିଲେ । ନିମାଇଁମଲ୍ଲ ଗ୍ରାମବାସୀ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ । ଗୁରୁତର ରାକେଶଙ୍କୁ ଏବେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଏପରି କାର୍ଯ୍ୟରେ ଲିପ୍ତ ଥିବା ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଦାବି କରି ନିମାଇଁମଲ୍ଲ ଗ୍ରାମବାସୀ ବାଲୁଗାଁ ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.