ମାଲକାନଗିରିଠାରେ ଜାତୀୟ ରାଜପଥ – ୩୨୬ରେ ସ୍କୁଲ ପିଲା ଧାରଣା କରି ରାସ୍ତାରୋକ କରିଛନ୍ତି। ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ କରିଛନ୍ତି। ମାଲକାନଗିରି ନାଏକଗୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଛାତ୍ରୀମାନେ ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବାର ଅଭିଯୋଗ କରିଛନ୍ତି। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର।