Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ନୀତି ବିରୋଧରେ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ : ମାସକ ମଧ୍ୟରେ ବିଦା ହେଲେ ୩୭ ଅଧିକାରୀ
ଆଜିର ଖବର

ଦୁର୍ନୀତି ବିରୋଧରେ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ : ମାସକ ମଧ୍ୟରେ ବିଦା ହେଲେ ୩୭ ଅଧିକାରୀ

September 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
naveen pattanaik greets to people for new year

ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୧୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ଦୁଇଜଣ ରାଜସ୍ବ ନିରକ୍ଷକ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ୍‌, ଜଣେ ପଞ୍ଚାୟତ କାର୍ଯ୍ୟକାରୀ କର୍ମଚାରୀ ଓ ଦୁଇ ଜଣ କିରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି । ଏହି ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଉଛନ୍ତି ଭୁବନେଶ୍ବରର ଆର୍‌ ଆଣ୍ଡ ବି ଡିଭିଜନ-ଆଇର ଡେପୁଟି ଏକଜ୍ୟୁକଟିଭ ଇଞ୍ଜିନିୟର ଜିବେଶ୍‌ ଚନ୍ଦ୍ର ରଥ, ଦଶପଲ୍ଲା ରୁରାଲ୍‌ ଓ୍ବାର୍କର ସହଯୋଗୀ ଇଞ୍ଜିନିୟର ତିରୁପତି ଭେଙ୍କେଟଶ୍ବର ପାଣି, କାମାକ୍ଷନଗର ବ୍ଲକର ଜୁନିଅର ଇଞ୍ଜିନିୟର ବସନ୍ତ କୁମାର ପାତ୍ର, ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନ୍‌ର କନିଷ୍ଠ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସିଂ, ବଳରାମପୁର ଜଗତସିଂହର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ବାଳ, ମାଥିଲି ବ୍ଲକର ସାରଙ୍ଗପଲ୍ଲୀ ପ୍ରାଇମେରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଓ ଟିଓଏମ୍‌ଇ ସ୍କୁଲ, ପାପଡାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳ କୋଟଗଡ଼ ବ୍ଲକ୍‌ ଏସ୍‌ଇସି ଅଡାରୀ ନ୍ୟୁ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ, କୋଦଳା ତହସିଲ ଅଫିସର ରେଭେନ୍ୟୁ ଇନ୍ସପେକ୍ଟର ମଙ୍ଗୁଳୁ ନାଏକ, ଶାଳାପଡ଼ା ସ୍ବତନ୍ତ୍ର ଜମିଅଧିଗ୍ରହଣର ରାଜସ୍ବ ନିରୀକ୍ଷକ ନରହରି ଓଝା, ବାସୁଦେବପୁର (ଆର୍‌ ଆଣ୍ଡ ପି)ର ଅମିନ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚ୍‌ସିର ପୂର୍ବତନ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ଶ୍ରୀ ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକ୍‌ଣ ପଞ୍ଚାୟତ ଏକ୍ଜ୍ୟଟିଭ୍‌ ଅଫିସର୍‌ ପ୍ରଶାନ୍ତ ନାୟକ ପ୍ରମୁଖ । ସୂଚନାଯୋଗ୍ୟ, ଗତ ଏକମାସ ମଧ୍ୟରେ ନବୀନ ସରକାର ୩୭ ଜଣଙ୍କୁ ଦୁର୍ନୀତିଗସ୍ତ ଅଭିଯୋଗରେ ବରଖାସ୍ତ କରିବା ସହିତ ୬ ଜଣଙ୍କ ପେନ୍‌ସନ୍‌ ବନ୍ଦ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.