ଗତକାଲି ବିଳମ୍ବିତ ରାତ୍ରରେ ରାଉରକେଲା ବରପାଲି ଟୋଲଗେଟ୍ ନିକଟରୁ ଜଣେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଅକ୍ରମଣ କରାଯାଇ ଲୁଟ କରାଯାଇଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଏକ ଟ୍ରକ ବରପାଲି ଟୋଲଗେଟ୍ ରାସ୍ତାରେ ଯାଉଥିଲା । ସେହି ସମୟରେ କିଛି ଦୁର୍ବୃତ୍ତ ଟ୍ରକକୁ ଅଟକାଇଥିଲେ । ସେମାନେ ଟ୍ରକ ଡ୍ରାଇଭର ଦୀପକ ଘୋଷଙ୍କୁ ନିର୍ଧୁମ ମାଡ ମାରିବା ସହ ଛୁରା ମାଡ ମଧ୍ୟ କରିଥିଲେ । ଏଥିରେ ଡ୍ରାଇଭରଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନେ ତାଙ୍କଠାରୁ ନଗଦ ୧୨ହଜାର ଟଙ୍କା ଓ ମୋବାଇଲ ଲୁଟି କରି ନେଇ ଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।