ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)କୁ ଝଟ୍କା ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ସିପି ପୂର୍ବତନ ସାଂସଦ ଉଦୟନରାଜେ ଭୋସଲେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀର କେନ୍ଦ୍ରୀୟ ଗୃହ ମନ୍ତ୍ରୀ ତଥା ଅଧ୍ୟକ୍ଷ ଅମିତ୍ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ଙ୍କ ଉପସ୍ଥିତିରେ ଉଦୟନରାଜେ ବିଜେପିର ପ୍ରାଥମିକ ସଦସ୍ୟତା ନେଇଛନ୍ତି । ଭୋସେଲ୍ ଶୁକ୍ରବାର ଦିନ ଲୋକସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ । ଭୋସେଲ୍ଙ୍କ ବିଜେପିରେ ସାମିଲ୍ ହେବା ପରେ ମହାରାଷ୍ଟ୍ରରେ ବିଜେପିକୁ ଏକ ବଡ଼ ଚେହେରା ମିଳିଛି । ଭୋସେଲ୍ ଏନ୍ସିପି ତରଫରୁ ସତାରାର ସାଂସଦ ରହିଥିଲେ ।