ଛାଡପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନ୍ସନ୍ । ବାର୍ଷିକ ୪୦ ହଜାରର କମ୍ ଆୟ ଥିବା ମହିଳାଙ୍କୁ ମିଳିବ ପେନ୍ସନ୍ । ମଧୁବାବୁ ପେନସନ୍ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ପେନ୍ସନ୍ ପ୍ରଦାନ ନେଇ ପ୍ରକ୍ରିୟା ଚାଲିଥିବା କହିଛନ୍ତି ମନ୍ତ୍ରୀ । ଏଥିପାଇଁ ଛାଡପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ ଦେବାକୁ ପଡ଼ିବ ।