ଆମ ରାଷ୍ଟ୍ରଭାଷା ହିନ୍ଦୀ ପ୍ରତି ସମ୍ମାନ, ଭାଷାକୋଷର ସମୃଦ୍ଧି ଓ ଉତ୍ତମ ବ୍ୟବହାର ନିମିତ୍ତ ‘ହିନ୍ଦୀ ଦିବସ’ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖରେ ପାଳନ କରାଯାଏ । ଡିଏଭି ପୋଖରୀପୁଟରେ ଚଳିତବର୍ଷ ‘ହିନ୍ଦୀ ଦିବସ’ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ଉଦ୍ଘାଟନ କରିଥିଲେ ବିଦ୍ୟାଳୟର ନିରୀକ୍ଷକ / ନିରୀକ୍ଷିକା ରଞ୍ଜନ କୁମାର ସ୍ୱାଇଁ, ସ୍ମରଣିକା ପଟ୍ଟନାୟକ, ପି. ଅନୁରାଧା ଓ ସଂଘମିତ୍ରା ଶତପଥୀ। ମାତୃଭାଷା ପରି ରାଷ୍ଟ୍ରଭାଷା ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ରଖିବା ନିମନ୍ତେ ସପ୍ତମ ଶ୍ରେଣୀର ଛାତ୍ରୀ ଚକ୍ଷୁଷା ନିଜର ଅଭିଭାଷଣରେ କହିଥିଲେ । ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱସ୍ତିକା ଓ ଭୂମିକା ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଚତୁର୍ଥ ଶ୍ରେଣୀର ଛାତ୍ରୀ ପ୍ରାପ୍ତି ମିଶ୍ର ଏକ ଚିତ୍ତାକର୍ଷକ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଭକ୍ତି ସଦନର କ୍ୟାବିନେଟ୍ ସଦସ୍ୟ ତୃତୀୟରୁ ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ପାଇଁ ସେମାନେ ବିଦ୍ୟାର୍ଥୀଙ୍କୁ ସଚେତନ କରାଇଥିଲେ । ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ୱଚ୍ଛତା ସମ୍ପର୍କିତ ଗୋଟିଏ ଗୋଟିଏ କବିତା ପତ୍ର ବଣ୍ଟନ କରି ନିଜେ ସ୍ୱଚ୍ଛ ରହିବା ସହ ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ଅନୁରୋଧ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ରାଜଶ୍ରୀ ତରଙ୍ଗିଣୀ, ଅର୍ଚ୍ଚନା ତିୱାରୀ, ଶିକ୍ଷକ ଶକ୍ତି ପ୍ରସନ୍ନ ମହାନ୍ତି ଓ ମନୋଜ କୁମାର ନାହାକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭକ୍ତି ସଦନର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଅଧିବେଶନ ଆୟୋଜିତ ହୋଇଥିଲା ।