ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ଜିଲ୍ଲାର ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତକାଲି ସୁଦ୍ଧା ଜିଲ୍ଲାରେ ହୋଇଥିବା ୨୦୦ଟି ରକ୍ତ ନମୁନାର ପରୀକ୍ଷାରେ ୩୦ଟି ପଜିଟିଭ୍ ବାହାରିଛି। ଜିଲ୍ଲାର ଖତକୁରାବାହାଲରେ ସର୍ବାଧିକ ୨୮ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସୁନ୍ଦରଗଡ ସହରରେ ଜଣେ, ବୀରମିତ୍ରପୁରରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୨୨ ଜଣଙ୍କ ଚିକିତ୍ସା ଜିଲ୍ଲା ଚିକିତ୍ସାଳୟରେ ଜାରି ରହିଥିବା ବେଳେ ୭ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।