ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ଭାରତ ସହ ଯୁଦ୍ଧ କରିବାର ଧମକ ଦେଇଛନ୍ତି। ତେବେ ଏହି ଧମକ ଦେବା ସହିତ ପାକିସ୍ତାନ ଭାରତ ସହିତ ପାରମ୍ପରିକ ଯୁଦ୍ଧ କଲେ ପାକିସ୍ତାନ ହାରିଯିବ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଯଦି ଯୁଦ୍ଧ ଆରମ୍ଭ ହେଲା, ତେବେ ପରମାଣୁ ଆକ୍ରମଣରେ ଶେଷ ହେବ ବୋଲି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ,ପାରମ୍ପରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ। ଏହାର ଅର୍ଥ ସେ ଆତ୍ମସମର୍ପଣ କରିବ ନଚେତ ଶେଷ ଯାଏଁ ଲଢିବ। ପାକିସ୍ତାନ ଶେଷ ଯାଏଁ ଲଢିବ। କାରଣ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ଲଡେଇ ହେଲେ ପରିସ୍ଥିତି ଭୟାବହ ହେବ। କାଶ୍ମୀର ପ୍ରସଙ୍ଗରେ ପରମାଣୁ ଯୁଦ୍ଧ ହେବ ବୋଲି କହିଛନ୍ତି ଇମ୍ରାନ୍ ଖାନ୍। ଭାରତ ସହ ଶେଷ ନିଃଶ୍ବାସ ଯାଏଁ ଲଢିବୁ ବୋଲି କହିଛନ୍ତି ଇମ୍ରାନ୍ ଖାନ୍।