ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ମୋଟର ଲଞ୍ଚ ବୁଡ଼ି ୨୩ ଜଣ ନିଖୋଜ ହୋଇଛନ୍ତି। ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମ୍ରେ ବଡ଼ ଅଘଟଣ ଘଟିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ଏହି ମୋଟର ଲଞ୍ଚରେ ୧୧ ଷ୍ଟାଫ୍ଙ୍କ ସମେତ ୫୦ ଜଣ ଯାତ୍ରୀ ରହିଥିଲେ। ୨୭ ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗିଥିବାର ସୂଚନା ରହିଛି। ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।